ହୃଷିକେଶ ପାଢ଼ୀ ଫାଉଣ୍ଡେସନ ପକ୍ଷରୁ କୋଭିଡଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ

September 12, 2020, ଓଡ଼ିଶା, ଗଞ୍ଜାମ, Kiran Behera
ହୃଷିକେଶ ପାଢ଼ୀ ଫାଉଣ୍ଡେସନ ପକ୍ଷରୁ କୋଭିଡଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ
Kiran Behera
[ Reporter,Digapahandi ]
Bhagyaprabha News Bureau
September 12, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ ଶନିବାର ପୂର୍ବାହ୍ନ ସମୟରେ କୋଭିଡ ୧୯ ମହାମାରୀ ସମୟରେ ଜନସାଧାରଣଙ୍କ ସୁରକ୍ଷା ଓ ସଚେତନ କରିବା ଉଦ୍ଦେଶ୍ୟରେ ଅହରହ ଖବର ପରିବେଷଣ କରୁଥିବା ଗଣମାଧ୍ୟମ ପ୍ରତିନିଧି ତଥା କୋଭିଡ ଯୋଦ୍ଧାଙ୍କୁ ମୁମ୍ବାଇ ସ୍ଥିତ ହୃଷିକେଶ ପାଢ଼ୀ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡ଼ିଛି । ଖବରପ୍ରକାରେ , ବିଶ୍ବ ମହାମାରୀ ବିପର୍ଯ୍ୟୟ ସମୟରେ ମାନବ ସମାଜକୁ ଏକ ନୂତନ ଦିଗ ଦେଖାଇବା , ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମ ପ୍ରତିନିଧି ମାନେ ନିଜ ଜୀବନକୁ ବାଜି ଲଗାଇ ସମାଜରେ ସଚେତନତା ଓ ସେବା ଯୋଗାଇବା ଏବଂ ସମାଜ ଓ ଲୋକମାନଙ୍କୁ ସୁସେବା ଯୋଗାଇ ଦେଇଥିଲେ । ଏଥିସହ ଖବର ପ୍ରସାରିତ ମାଧ୍ୟମରେ ଲୋକମାନଙ୍କୁ ଦେଶ ତଥା ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି କିଭଳି ରହିଛି ତାହାକୁ ନେଇ ଲୋକେ ଆଗୁଆ ଖବର ପାଇବା ସହ ନିଜେ ସଚେତନ ମଧ୍ୟ ରହୁଥିଲେ । ଏହି ଅବସରରେ ଶନିବାର ଦିନ ଉକ୍ତ ଫାଉଣ୍ଡେସନ ପକ୍ଷରୁ ଭାରତ ସରକାରଙ୍କ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ଼ ସଦସ୍ୟ ଶ୍ରୀକାନ୍ତ ପାଢ଼ୀ, ପୂର୍ବତନ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ମିହୀରକାନ୍ତ ପାଣିଗ୍ରାହୀ, ଖେମୁଣ୍ଡି ଓକିଲ ସଂଘ ଅଧକ୍ଷ ପରେଶଚନ୍ଦ୍ର ରଥ ପ୍ରମୁଖ ଦିଗପହଣ୍ଡି ପୂର୍ତ୍ତବିଭାଗ ଡାକବଙ୍ଗଳାରେ ପହଞ୍ଚି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କୋଭିଡ ଯୋଦ୍ଧା ରୂପେ ଘୋଷିତ କରିବା ସହ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖବରଦାତା ନୀଳମାଧବ ପରମଗୁରୁ , ହରପ୍ରସାଦ ରଥ , ଅଶେଷନାଥ ମିଶ୍ର , ଗୋପାଳକୃଷ୍ଣ ମଲ୍ଲିକ , ସଞ୍ଜୀବ ପାତ୍ର , ସତ୍ୟନାରାୟଣ ପାଢ଼ୀ , କାଳୁଚରଣ ନାହାକ , କିରଣ କୁମାର ବେହେରାଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭବାନୀଶଙ୍କର ପଣ୍ଡା, ବନଜା ପଣ୍ଡା , ଏମ.ଚିନ୍ମୟ ରେଡ୍ଡୀ , ସୀମାଞ୍ଚଳ ସାସମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଆଉ ୩୭୭୭ କରୋନା ପଜିଟିଭ୍ ଟିହ୍ନଟ

ରାଜ୍ୟରେ ଆଉ ୩୭୭୭ କରୋନା ପଜିଟିଭ୍ ଟିହ୍ନଟ

Read More...

 ଗଞ୍ଜାମ ଜିଲ୍ଲାପାଳଙ୍କୁ ଭାଗ୍ୟପ୍ରଭା ନ୍ୟୁଜ୍‌ ତରଫରୁ ଜନ୍ମଦିନର ଶୁଭେଛ୍ଛା

ଗଞ୍ଜାମ ଜିଲ୍ଲାପାଳଙ୍କୁ ଭାଗ୍ୟପ୍ରଭା ନ୍ୟୁଜ୍‌ ତରଫରୁ ଜନ୍ମଦିନର ଶୁଭେଛ୍ଛା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: