ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ମୃତ

October 15, 2020, ଓଡ଼ିଶା, ମାଲକାନଗିରି, BHAGYAPRABHA NEWS
 ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ମୃତ
BHAGYAPRABHA NEWS
[ INPUT ]
Bhagyaprabha News Bureau
October 15, 2020

ମାଲକାନଗିରି ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ସେହି ପରିବାରର ୨ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ଭଉଣୀ ଓ ଜଣେ ଭାଇ ଅଛନ୍ତି।ମାଲକାନଗିରି ଜିଲ୍ଲା କଚେଲି ଗାଁରେ ଘଟିଛି ଏହି ଘଟଣା। ମୃତ୍ୟୁ ହୋଇଥିବା ୩ ପିଲା ହେଉଛନ୍ତି ସୁକାନ୍ତି ମାଡ଼ି (୧୨), ସୀତାରାମ ମାଡ଼ି (୭) ଏବଂ ଅଞ୍ଜଳି ମାଡ଼ି (୩)। ଏଥିସହିତ ତାଙ୍କ ମା' ଏବଂ ଆଉ ଜଣେ ଭଉଣୀ ମଧ୍ୟ ଗୁରୁତର ଥିବା ସୂଚନା ମିଳିଛି।ସେମାନଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିଷାକ୍ତ ଖାଦ୍ୟ ଖାଇବା ଯୋଗୁଁ ଝାଡ଼ା ବାନ୍ତି ହୋଇ ଏମାନଙ୍କ ମୃତ୍ୟୁ ଘଟିଥିବା ଡାକ୍ତରୀ ଟିମ୍‌ ଅନୁମାନ କରିଛନ୍ତି।ସେହିପରି ଜଙ୍ଗଲୀ କନ୍ଦା କିମ୍ବା ଚେର ଖାଇ ଏମାନଙ୍କ ଜୀବନ ଯାଇଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାପି ବାର୍ଥ ଡେ ମିଶାଇଲ ମ୍ୟାନ

ହାପି ବାର୍ଥ ଡେ ମିଶାଇଲ ମ୍ୟାନ

Read More...

ବଗଲା ଧର୍ମଶାଳା ମାମଲାରେ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

ବଗଲା ଧର୍ମଶାଳା ମାମଲାରେ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: