ହାପି ବାର୍ଥ ଡେ ମିଶାଇଲ ମ୍ୟାନ

October 15, 2020, ବିଶେଷ, , Srabani Nayak
ହାପି ବାର୍ଥ ଡେ ମିଶାଇଲ ମ୍ୟାନ
Srabani Nayak
[ Desk Head ]
Bhagyaprabha News Bureau
October 15, 2020

ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଖ୍ୟାତ ବୈଜ୍ଞାନିକ ଡକ୍ଟର ଏ.ପି.ଜେ ଅବଦୁଲ କାଲାମ ପୂରା ଦେଶର ଲୋକଙ୍କ ପାଇଁ ଆଦର୍ଶ। ୧୯୩୧ ମସିହା ଆଜିର ଦିନରେ ତାମିଲନାଡୁର ରାମେଶ୍ୱରମରେ ଅବଦୁଲ କଲାମଙ୍କ ଜନ୍ମ। ତେବେ ଆଜି ତାଙ୍କ ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଅଜଣା କଥା -


- ଏକ ଗରିବ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିବା କଲାମଙ୍କୁ ନେଇ ପୂରା ଦେଶ ଗର୍ବିତ ହେବ ତାହା କେହି କଳ୍ପନା କରିନଥିଲେ। ସଂଘର୍ଷମୟ ଜୀବନକୁ ପଛରେ ପକାଇ ପିଲାବେଳୁ ସେ ସଫଳତା ପରେ ସଫଳତା ହାସଲ କରି ଚାଲିଥିଲେ। କେହି ସୁଦ୍ଧା ଭାବିନଥିଲେ ଦିନେ ଭାରତୀୟ ବିଜ୍ଞାନ ଜଗତର ମହାନାୟକ ଭାବେ ଉଭା ହେବେ କଲାମ । ସବୁବେଳେ କିଛି ନୂଆ ଶିଖିବାର ଇଚ୍ଛା ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରୁଥିଲା। କାଲାମ ମିସାଇଲ ମ୍ୟାନ ଭାବେ ପୂରା ଦେଶରେ ଜଣାଶୁଣା ଥିଲେ।


- ଭାରତୀୟ ମହାକାଶ ବିଜ୍ଞାନକୁ ତାଙ୍କ ଦାନ ଅତୁଳନୀୟ। ଭାରତରେ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସଫଳତାର ଶିଖରରେ ପହଞ୍ଚାଇଥିବା ବ୍ୟକ୍ତି ହେଉଛନ୍ତି କଲାମ। ଏପରିକି ଭାରତକୁ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର କରିବାରେ କାଲାମଙ୍କ ପ୍ରମୁଖ ଭୂମିକା ରହିଥିଲା। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ରାଷ୍ଟ୍ରପତି ଥିଲେ। ରାଷ୍ଟ୍ରପତି ହେବା ପରେ ମଧ୍ୟ ସେହିଭଳି ସାଧାରଣ ଜୀବନଯାପନ କରୁଥିଲେ କାଲାମ।


1602765905.jpg


- ୨୦୦୨ ମସିହାରେ ରାଷ୍ଟ୍ରପତି ହେବା ପରେ କାଲାମ କେରଳ ଯାଇଥିବା ବେଳେ ଦୁଇଜଣ ସ୍ୱତନ୍ତ୍ର ଅତିଥିଙ୍କୁ ରାଜଭବନକୁ ନିମନ୍ତ୍ରଣ କରିଥିଲେ। ଜଣେ ଥିଲେ ଜୋତା ମରାମତି କରୁଥିବା ମୋଚି ଏବଂ ଅନ୍ୟଜଣେ ଢାବା ମାଲିକ। ଏହା ହିଁ ତାଙ୍କ ସରଳ ଜୀବନ ଜାପନଶୈଳୀକୁ ଦର୍ଶାଇଥିଲା।


-ମହାମାନବ ଏ.ପି.ଜେ ଅବଦୁଲ କଲାମ ରାଷ୍ଟ୍ରପତି ହେବା ପରେ ମିଳୁଥିବା ସମସ୍ତ ଦରମା ଏକ ଟ୍ରଷ୍ଟ ନାଁରେ କରି ଦେଇଥିଲେ। ଏପରିକି ରାଷ୍ଟ୍ରପତି ହେବା ପୂର୍ବରୁ ଏକ କଲେଜରେ ତାଙ୍କୁ ମୁଖ୍ୟଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ କିଭଳି ଭାବେ କାର୍ଯ୍ୟକ୍ରମର ପ୍ରସ୍ତୁତି ଚାଲିଛି ତାହା ଜାଣିବା ପାଇଁ ଗୋଟିଏ ଦିନ ପୂର୍ବରୁ ସୁରକ୍ଷାକର୍ମୀଙ୍କ ବିନା ସେ ଜିପରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେତେବେଳେ କଲାମଙ୍କ ଏହି କାର୍ଯ୍ୟ ପାଇଁ ଜୋର ଚର୍ଚ୍ଚା ହୋଇଥିଲା।


1602765799.jpeg


-ଆଇଆଇଏମ ଅହମ୍ମଦାବାଦକୁ ଯାଇଥିବା ବେଳେ କିଛି ଛାତ୍ରଛାତ୍ରୀ ତାଙ୍କ ସହ ଫଟୋ ଉଠାଇବାକୁ ନିବଦେନ କରିଥିଲେ। ଏଥିରେ ଟିକିଏ ବି କୁଣ୍ଠାବୋଧ କରିନଥିଲେ କାଲାମ ବରଂ ସମସ୍ତଙ୍କ ସହ ଫଟୋ ଉଠାଇଥିଲେ। ତାଙ୍କ ଫଟୋ ଉଠା ପାଇଁ କାର୍ଯ୍ୟକ୍ରମରେ ବିଳମ୍ବ ହେଉଥିବାରୁ ଛାତ୍ରଙ୍କୁ ଫଟୋ ନେବାକୁ ମନା କରିଥିଲେ। ଏଥିରେ କିଛି ଛାତ୍ରଙ୍କ ମନ ଦୁଃଖ ହୋଇଥିଲା। ତେଣୁ ସେ କହିଥିଲେ, କାର୍ଯ୍ୟକ୍ରମ ସରିବା ପରେ ସେତେବେଳ ପର୍ଯ୍ୟନ୍ତ ସେ ଯିବେ ନାହିଁ ଯେତେବେଳ ପଯ୍ୟନ୍ତ ସମସ୍ତେ ଫଟୋ ନ ଉଠାଇଛନ୍ତି।' ଏପରିକି ସେହି ଫଟୋ ଉଠା ପାଇଁ କାଲାମ ତାଙ୍କ ଫ୍ଲାଇଟ୍‌ ବି ମିସ୍‌ କରିଥିଲେ।


1602765814.jpg


-ଯେତେବେଳେ ରାଷ୍ଟ୍ରପତି ଭାବେ କଲାମ ରାଷ୍ଟ୍ରପତି ଭବନ ଯାଇଥିଲେ ସେତେବେଳେ ସାଙ୍ଗରେ ମାତ୍ର ଦୁଇଟି ସୁଟକେସ ନେଇକି ଯାଇଥିଲେ ଆଉ କାଯ୍ୟକାଳ ସରିବା ପରେ ରାଷ୍ଟ୍ରପତି ଭବନରୁ ସେହି ଦୁଇଟି ସୁଟକେସ ନେଇକି ଫେରିଥିଲେ। ସମୟ ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଥରେ ସେ କହିଥିଲେ ମୋ ମରିଯିବା ପରେ କେହି ଦୁଃଖ କରିବନି କି ସରକାରୀ ଛୁଟି ଘୋଷଣା କରିବନି। ଯଦି ପାରିବ ସେହିଦିନ ଆଉ ଦୁଇଘଣ୍ଟା ଅଧିକ ପରିଶ୍ରମ କରିବ।


-୨୭ ଜୁଲାଇ ୨୦୧୫ ମେଘାଳୟ ଶିଲଂରେ ହୃଦଘାତ ଯୋଗୁଁ କାଲାମଙ୍କ ନିଧନ ହୋଇଥିଲା। ଯେଉଁ ସମୟରେ ଏହି ଅଘଟଣ ଘଟିଥିଲା, ସେ ଆଇଆଇଏମରେ ପିଲାଙ୍କୁ ପାଠ ପାଉଥିଲେ ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ବାଣ୍ଟି ଚାଲିଥିଲେ। କିନ୍ତୁ କେବେ ମଧ୍ୟ ଥକି ପଡିନଥିଲେ। ୮୩ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଥିଲେ। କିନ୍ତୁ ଏବେ ବି ପ୍ରତ୍ୟେକ ଭାରତୀୟଙ୍କ ମନରେ ବଞ୍ଚି ରହିଛନ୍ତି ମହାମାନବ କାଲାମ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାରଙ୍କ ବଡ ଉପହାର

କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାରଙ୍କ ବଡ ଉପହାର

Read More...

 ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ମୃତ

ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ମୃତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: