ଡ୍ରୋନ ତିଆରି ତାଲିମ ନେବେ ବ୍ରହ୍ମପୁର ଆଇଟିଆଇ କଲେଜର ଛାତ୍ରଛାତ୍ରୀ

January 16, 2021, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଡ୍ରୋନ ତିଆରି ତାଲିମ ନେବେ ବ୍ରହ୍ମପୁର ଆଇଟିଆଇ କଲେଜର ଛାତ୍ରଛାତ୍ରୀ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
January 16, 2021

ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବର୍ତ୍ତମାନ ଡ୍ରୋନ ତିଆରି ନିମନ୍ତେ ତାଲିମ ଦିଆଯିବାନେଇ ସୁଚନା ଦେଇଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ । ଛାତ୍ରଛାତ୍ରୀ ମାନଙ୍କୁ ଡ୍ରୋନ ତିଆରି କରିବା , ମରାମତି କରିବା ଏବଂ ଏହାକୁ ସୁଚାରୁ ରୁପେ ପରିଚାଳନା କ୍ଷେତ୍ରରେ ତାଲିମ ଦେବା ନିମନ୍ତେ ଜାତୀୟ ସ୍ତରୀୟ ଖ୍ୟାତନାମା ଡ୍ରୋନ ମାନୁଫ୍ୟାକଚରିଂ କମ୍ପାନୀ ଆଇ ଜି ଡ୍ରୋନର ଭୁବନେଶ୍ୱରସ୍ଥିତ ବ୍ରାଞ୍ଚ ଅଫିସ୍ ର ହେଡ ସ୍କିଲ ଡେଭଲପମେଣ୍ଟ ଆଣ୍ଡ ବୋର୍ଡ ଇଞ୍ଜିନୟର ରଶ୍ମୀ ରଞ୍ଜନ ମହାପାତ୍ରଙ୍କ ସହିତ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହା ଦ୍ୱାରା ଆଇଟିଆଇ ପିଲାମାନଙ୍କର ବହୁଦିନର ଆଶା ଓ ଆକାକ୍ଷାଂ ପୁରଣ ହେବ । ପୁର୍ବରୁ ଡ୍ରେନ ଟେକନୋଲୋଜି ଉପରେ କେବଳ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଥିଲେ କିନ୍ତୁ ବର୍ତ୍ତମାନ ଆଇଟିଆଇ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହାର ସୁଯୋଗ ନେଇ ପାରିବେ । ପ୍ରତ୍ୟେକ କ୍ଷେତ୍ରରେ ଡ୍ରୋନର ଚାହିଦା ବର୍ତ୍ତମାନ ବଢିବାରେ ଲାଗିଛି । ଯେମିତିକି ଇଲେକ୍ଟ୍ରିକ ଟ୍ରାନ୍ସମିଶନ ଇନସପେକ୍ସନ , ଏଗ୍ରିକଲଚର , ସ୍ମାର୍ଟ ସିଟି ମ୍ୟାନେଜମେଣ୍ଟ , ଗ୍ୟାସ ପାଇପ ଲାଇନ ଇନସପେକ୍ସନ ଏବଂ ସର୍ବାୟର , ଫାୟାର ଫାଇଟିଙ୍ଗ୍ , ଭଳି ବିଭିନ୍ନ କ୍ଷେତ୍ରରେ ଆଇଟିଆଇ ଛାତ୍ରଛାତ୍ରୀମାନେ ନିଯୁକ୍ତିର ସୁଯୋଗ ପାଇପାରିବେ । ପ୍ରକାଶ ଥାଉକି , ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ କରୋନା ମହାମାରୀ ସମୟରେ କରୋନା ପ୍ରତିରୋଧକକାରୀ ଜିନିଷ ଉଦ୍ଭାବନ କରି ପରିପ୍ରକାଶର ଶୀର୍ଷରେ ପହଞ୍ଚି ପାରିଛନ୍ତି । ଆଇଟିଆଇ ବ୍ରହ୍ମପୁରରେ ସ୍ୱୟଂ ଚାଳିତ ହ୍ୟାଣ୍ଡ ଡିସପେନ୍ସର , ୟୁ.ଭି.ସି ସୋଲ ସାନିଟାଇଜର , ୟୁ.ଭି.ସି ରୋଗ ୱାରିୟର , ସ୍ମାର୍ଟ କୋଭିଡ ସିକ୍ୟୁରିଟି ସିଷ୍ଟମ , ଏରୋସେଲ ବକ୍ସ , ୟୁଭିସି ସାନିଡଟାଇଜର , ଫେସସିଲ୍ଡ ତିଆରି କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତିନାମା ଅର୍ଜନ କରିଛି । ଆଜି ବ୍ରହ୍ମପୁର ଆଇଟିଆଇ ଦକ୍ଷତା ବିକାଶ କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଡ ଅତିକ୍ରମ କରିବା ସହ ଦକ୍ଷତା ବିକାଶର ଏହା ଏକ ଉଦାହରଣ ହେବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶା ନାଟକ ଏକାଡମୀର ନବ ନିଯୁକ୍ତି ସଧାରଣ ପରିଷଦଙ୍କୁ ସମ୍ଭର୍ଦ୍ଧନା

ଓଡ଼ିଶା ନାଟକ ଏକାଡମୀର ନବ ନିଯୁକ୍ତି ସଧାରଣ ପରିଷଦଙ୍କୁ ସମ୍ଭର୍ଦ୍ଧନା

Read More...

କୁଞ୍ଜବିହାରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସାନଖେମୁଣ୍ଡି ବିଧାୟକଙ୍କ ଦ୍ବାରା ଟ୍ରଫି ପ୍ରଦାନ

କୁଞ୍ଜବିହାରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସାନଖେମୁଣ୍ଡି ବିଧାୟକଙ୍କ ଦ୍ବାରା ଟ୍ରଫି ପ୍ରଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: