ଖେମୁଣ୍ଡି ଆନ୍ତଃଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ମୋହନାକୁ ହରାଇ ଗୁମ୍ମା ଚାମ୍ପିଅନ

January 24, 2021, ଖେଳ, ଗଞ୍ଜାମ, Kiran Behera
ଖେମୁଣ୍ଡି ଆନ୍ତଃଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ମୋହନାକୁ ହରାଇ ଗୁମ୍ମା ଚାମ୍ପିଅନ
Kiran Behera
[ Reporter,Digapahandi ]
Bhagyaprabha News Bureau
January 24, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ଦୀର୍ଘଦିନ ଧରି ଆୟୋଜିତ ହୋଇଥିବା ଖେମୁଣ୍ଡି ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ରବିବାର ଅପରାହ୍ନରେ ଉଦଯାପିତ ହୋଇଯାଇଥିବା ବେଳେ ଏଥିରେ ଗଜପତି ଜିଲ୍ଲା ଗୁମ୍ମା ଟିମ ପ୍ରତିପକ୍ଷ ମୋହନାକୁ ୩ -୧ ସେଟ ବ୍ୟବଧାନରେ ପରାସ୍ତ କରି ଚାମ୍ପିୟନ ହୋଇଥିବା ଜଣାପଡିଛି। ଦିଗପହଣ୍ଡି ଖେମୁଣ୍ଡି ଭଲିବଲ ସ୍ପୋର୍ଟି କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଭୟ ଦଳର ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ସମାଜସେବୀ ତଥା କଂଗ୍ରେସ ନେତା ରଶ୍ମୀ ରଞ୍ଜନ ପଟ୍ଟନାୟକ , ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ପଣ୍ଡା , ଆଇନଜୀବୀ ଅଶେଷନାଥ ମିଶ୍ର , କଂଗ୍ରେସ ଯୁବନେତା ଦୀପକ ମିଶ୍ର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ଆୟୋଜକ କମିଟି ସଭାପତି ଶିବ ଶଙ୍କର ମହାଙ୍କୁଡଙ୍କ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଉପଦେଷ୍ଟା କୁରେଶୁ ମହାରଣା ଅଧ୍ୟକ୍ଷତା କରିଥିଲେ । ଆଜିକାର ମ୍ଯାଚରେ ପ୍ରଥମ ସେଟ ଗୁମ୍ମା , ଦ୍ବିତୀୟ ସେଟ ମୋହନା ଜିତିଥିଲେ ମଧ୍ୟ ପରବର୍ତ୍ତୀ ଦୁଇଟି ସେଟ୍ ଗୁମ୍ମା ଦଳ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ ଦେଖାଇ ବିଜୟୀ ହେବା ସହ ଟ୍ରଫିକୁ ହାତେଇଥିଲା । ପ୍ରଥମେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲା କଂଗ୍ରେସ କମିଟି ସଭାପତି ଶ୍ରୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରର ଭଲିବଲ ଖେଳାଳୀ ସ୍ବର୍ଗତ ଏମ୍.ଚକ୍ରପାଣିଙ୍କ ଫଟୋରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା ଏବଂ ସଭ୍ୟବୃନ୍ଦ ଅତିଥି ମାନଙ୍କୁ ବିରାଟ ପଟୁଆରରେ ସଭାମଞ୍ଚକୁ ପାଛୋଟି ନେଇଥିଲେ। ତେବେ ବିଜେତା ଦଳ ଗୁମ୍ମାକୁ ୩୩୩୩୩ ଟଙ୍କା ଓ ମୋହନା ଦଳକୁ ୨୨୨୨୨ ଟଙ୍କା ସହ ଟ୍ରଫି ଉପସ୍ଥିତ ଅତିଥିମାନେ ପ୍ରଦାନ କରିଥିଲେ । ଏହିପରି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳର ଶ୍ରେଷ୍ଠ ଖେଳାଳୀମାନଙ୍କୁ ମଧ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିକାର ମ୍ଯାଚରେ କ୍ରୀଡା ଶିକ୍ଷକ ଏମ୍ . ଗୌରାଙ୍ଗ ଏବଂ କୋଚ୍ ଗୋବିନ୍ଦ ନାୟକ ପରିଚାଳନା କରିଥିବା ବେଳେ ଆୟୋଜକ କମିଟି ସମ୍ପାଦକ ଅର୍ବ୍ଦୁ . ଗୋବିନ୍ଦଦ , କୋଷାଧ୍ୟକ୍ଷ ପ୍ରଭାକର ରେଡ୍ଡୀ, କାର୍ଯ୍ୟକର୍ତ୍ତା କେ. କୁୁୁୁନା , ପୁରୁଷୋତ୍ତମ ପାତ୍ର , ରଞ୍ଜନ ଗୌଡ , ରଞ୍ଜିତ ବେହେରା , ରାମକୃଷ୍ଣ ମେକାପ , ମନୋରଞ୍ଜନ ସେଠୀ , ମିଟୁ ବେହେରା , ଦିବାକର ବିଷୋୟୀ , ବାରିକ ବେହେରା , ଆର. ମୁନ୍ନା , ଗୋପାଳକୃଷ୍ଣ ପଣ୍ଡା , ଦିବାକର ପ୍ରଧାନ , ଏମ୍ . ସାଗର ,ଶିବ ବେହେରା , ସନ୍ତୋଷ କୁମାର ରେଡ୍ଡୀ , ଏ. ସାକିଲି , ନରେନ୍ଦ୍ର ସାହୁ , ଶିବରୁଦ୍ର ନାୟକ , ବାଦଲ ଦାସ , ସାଧୁଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମ୍ୟାଚ ପରିଚାଳନାରେ ସହାୟତା କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖେମୁଣ୍ଡି କାଳୁଆରେ କୁଶପଡା ପଞ୍ଚାୟତର ଯୁବ ଏବଂ ଛାତ୍ର ବିଜେଡି ବନ୍ଧୁମିଳନ କାର୍ଯ୍ୟକ୍ରମ

ଖେମୁଣ୍ଡି କାଳୁଆରେ କୁଶପଡା ପଞ୍ଚାୟତର ଯୁବ ଏବଂ ଛାତ୍ର ବିଜେଡି ବନ୍ଧୁମିଳନ କାର୍ଯ୍ୟକ୍ରମ

Read More...

ଜାତୀୟ କନ୍ୟା ଦିବସ ଅବସରରେ ଆୟୋଜିତ ହେଲା କନ୍ୟାକିରଣ କାର୍ଯ୍ୟକ୍ରମ

ଜାତୀୟ କନ୍ୟା ଦିବସ ଅବସରରେ ଆୟୋଜିତ ହେଲା କନ୍ୟାକିରଣ କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: