ଖେମୁଣ୍ଡି କାଳୁଆରେ କୁଶପଡା ପଞ୍ଚାୟତର ଯୁବ ଏବଂ ଛାତ୍ର ବିଜେଡି ବନ୍ଧୁମିଳନ କାର୍ଯ୍ୟକ୍ରମ

January 24, 2021, ସାକ୍ଷାତକାର, ଗଞ୍ଜାମ, Kiran Behera
ଖେମୁଣ୍ଡି କାଳୁଆରେ କୁଶପଡା ପଞ୍ଚାୟତର ଯୁବ ଏବଂ ଛାତ୍ର ବିଜେଡି ବନ୍ଧୁମିଳନ କାର୍ଯ୍ୟକ୍ରମ
Kiran Behera
[ Reporter,Digapahandi ]
Bhagyaprabha News Bureau
January 24, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୁଶପଡା ଗ୍ରାମ ପଞ୍ଚାୟତର ଯୁବ ଏବଂ ଛାତ୍ର ବିଜେଡି ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ପୂର୍ବାହ୍ନରେ ମାଁ ଖେମୁଣ୍ଡି କାଳୁଆ ଦେବୀପୀଠରେ ଅନୁଷ୍ଠିତ ହୋଇଯାଇଥିବା ଜଣାପଡ଼ିଛି । କୁଶପଡା ବିଜେଡି ସଭାପତି ଜି . ସନ୍ତୋଷ ଦୋରାଙ୍କ ସଭାପତିତ୍ବରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଲକ୍ଷ୍ମଣ ଚୌଧୁରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ଦିଗପହଣ୍ଡି ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ସରପଞ୍ଚ ଏମ୍ . ରୀନା ଦୋରା , ରାଜ୍ୟ ବିଜେଡି ଛାତ୍ର ସଂପାଦକ ସୁନୀଲ ଗୈାଡ , ଜିଲ୍ଲା ପରିଷଦ କୃଷ୍ଣଚନ୍ଦ୍ର ସେଠୀ , କୁଶପଡା ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ବି. ବାଲାଜୀ ରେଡ୍ଡୀ , ବିଜେଡି ଯୁବନେତା ସମୀର ସ୍ବାଇଁ ମଞ୍ଚାସୀନ ରହି କୁଶପଡା ଗ୍ରାମ ପଞ୍ଚାୟତର ଯୁବ ଏବଂ ଛାତ୍ର ବିଜେଡି ଏକତ୍ରିତ ହୋଇ ପଞ୍ଚାୟତର ଲୋକଙ୍କ ନିକଟରେ ପହଞ୍ଚି ସମସ୍ତ ସମସ୍ୟା ଦୂରୀଭୂତ କରିବା ଓ ବିକାଶ କାର୍ଯ୍ୟରେ ହାତକୁ ହାତ ମିଶାଇ ଆଗେଇବା ନେଇ ଯୁବ ବିଜେଡ଼ି କର୍ମୀମାନଙ୍କୁ ସଂକଳ୍ପ କରାଇଥିଲେ । ଏହି ଅବସରରେ ଶ୍ରୀ ଚୌଧୁରୀ ସମାଜ ଗଠନରେ କେବଳ ଯୁବଛାତ୍ରଙ୍କ ଭୂମିକା ସର୍ବଦା ଅତୁଳନୀୟ ବୋଲି କହିବା ସହ ବିଗତ ୨୦ ବର୍ଷ ପୂର୍ବେ ଓଡ଼ିଶାର ଅବସ୍ଥା କିଭଳି ରହିଥିଲା କିନ୍ତୁ ବର୍ତ୍ତମାନ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକଳାପକୁ ଖୁବ୍ ପ୍ରଶଂସା କରିବା ସହ ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକ ଓ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ହାତମୁଠାକୁ ଦୃଢ଼ କରିବା ପାଇଁ ଯୁବଛାତ୍ରଙ୍କୁ ପରାମର୍ଶ ଦେଇଥିଲେ । ସେହିପରି କୁଶପଡା ପଞ୍ଚାୟତର ପୁଅ ତଥା ଉପାଧ୍ୟକ୍ଷା ପ୍ରତିନିଧି ଶ୍ରୀ ରେଡ୍ଡୀ ନିଜ ପଞ୍ଚାୟତର କିମ୍ବା ଅନ୍ୟ କୌଣସି ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟର ବିକାଶ ଦିଗରେ ଲୋକମାନଙ୍କ ସହ ରହି ସହଯୋଗ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପଞ୍ଚାୟତ ସମେତ ବହୁ ଯୁବ ବିଜେଡ଼ି ଛାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭଲିବଲ୍ ମହାସଂଘର ନୂତନ ବର୍ଷର ବୈଠକ ଅନୁଷ୍ଠିତ

ଭଲିବଲ୍ ମହାସଂଘର ନୂତନ ବର୍ଷର ବୈଠକ ଅନୁଷ୍ଠିତ

Read More...

ଖେମୁଣ୍ଡି ଆନ୍ତଃଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ମୋହନାକୁ ହରାଇ ଗୁମ୍ମା ଚାମ୍ପିଅନ

ଖେମୁଣ୍ଡି ଆନ୍ତଃଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ମୋହନାକୁ ହରାଇ ଗୁମ୍ମା ଚାମ୍ପିଅନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: