ଭଲିବଲ୍ ମହାସଂଘର ନୂତନ ବର୍ଷର ବୈଠକ ଅନୁଷ୍ଠିତ

January 24, 2021, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ଭଲିବଲ୍ ମହାସଂଘର ନୂତନ ବର୍ଷର ବୈଠକ ଅନୁଷ୍ଠିତ
Gouri Shankar Mishra
[ Video Journalist ]
Bhagyaprabha News Bureau
January 24, 2021

ଗଂଜାମ ଜିଲ୍ଲା ଭଲିବଲ୍ ମହାସଂଘର ନୂତନ ବର୍ଷର ବୈଠକ ଗଂଜାମ କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଭଲିବଲ୍ ମହାସଂଘର ସଭାପତି ହୃଷିକେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସରପଞ୍ଚ ସତ୍ୟବ୍ରତ ସ୍ୱାଇଁ, ସନ୍ତୋଷ କୁମାର ସାହୁ, ଦନାର୍ଦ୍ଦନ ଆଚାରୀ ପ୍ରମୁଖ ମଚାଂସୀନ ଥିଲେ । ସାଧାରଣ ସଂପାଦକ ଚିନ୍ତାମଣି ନାୟକ ସଂପାଦକିୟ ବିବରଣୀ ପାଠ କରିବା ସହ ଗତ ବର୍ଷର ସମସ୍ତ ହିସାବ କିତାବ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଗଂଜାମ ଜିଲ୍ଲାରେ ଭଲିବଲ୍ କ୍ରୀଡ଼ା ପ୍ରତିଯୋଗିତାକୁ କିଭଳି ସମସ୍ତ ବ୍ଲକ ଓ ପଚାଂୟତ ସ୍ତରରେ ଅନୁଷ୍ଠିତ କରାଯିବ ସେ ନେଇ ଆଲୋଚନା ହୋଇଥିଲା । ଏଥି ସହିତ ଗଂଜାମ ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକଙ୍କୁ ନେଇ ଆଗାମୀ ଦିନରେ ଏକ ବୈଠକ ଆୟୋଜନ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ବାବା ପ୍ରସାଦ ତ୍ରିପାଠୀ, ଦେବୀପ୍ରସନ୍ନ ସାହୁ, ଦେବେନ୍ଦ୍ର କୁମାର ପଣ୍ଡା, ଟୁନା ସେନାପତି, ଦେବୀପ୍ରସାଦ ପଣ୍ଡା, ରାଜେସ୍‌୍ ନାୟକ, ଦିଲ୍ଲିପ ସାହୁ, ସୁଶାନ୍ତ ପଟ୍ଟନାୟକ, ଜିତେନ୍ଦ୍ର କୁମାର ପାଣ୍ଡେ, ଅରୁଣ ପ୍ରଧାନ, ରୂପକ ପ୍ରଧାନ, ଡ଼ିଲୁ ମହାନ୍ତି, ଗୋବିନ୍ଦ ନାୟକଙ୍କ ସମେତ ଗଂଜାମ ଜିଲ୍ଲାର ବହୁ ଭଲିବଲ ସଂଘର କର୍ମକର୍ତାମାନେ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୨ତମ ଋଷିକୁଲ୍ୟା ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ

୧୨ତମ ଋଷିକୁଲ୍ୟା ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ

Read More...

ଖେମୁଣ୍ଡି କାଳୁଆରେ କୁଶପଡା ପଞ୍ଚାୟତର ଯୁବ ଏବଂ ଛାତ୍ର ବିଜେଡି ବନ୍ଧୁମିଳନ କାର୍ଯ୍ୟକ୍ରମ

ଖେମୁଣ୍ଡି କାଳୁଆରେ କୁଶପଡା ପଞ୍ଚାୟତର ଯୁବ ଏବଂ ଛାତ୍ର ବିଜେଡି ବନ୍ଧୁମିଳନ କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: