ଓଡିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବହେଳା ନେଇ ବିକ୍ଷୋଭ

March 14, 2024, ଓଡ଼ିଶା, ଗଞ୍ଜାମ, Santosh Kumar Mishra
ଓଡିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବହେଳା ନେଇ ବିକ୍ଷୋଭ
Santosh Kumar Mishra
[ Special Correspondent ]
Bhagyaprabha News Bureau
March 14, 2024

ଗଞ୍ଜାମ-ଦୀର୍ଘ ବର୍ଷ ଧରି ବିଭିନ୍ନ ପଞ୍ଚାୟତ କାର୍ଯ୍ୟଳୟରେ କାମ କରୁଥିବା ଓଡିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି ଯାହାକୁ ନେଇ ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟ କରୁଥିବା ଚତୁର୍ଥ ଶ୍ରେଣୀର କର୍ମଚାରୀ ମାନେ ବିକ୍ଷୋଭ ପଦର୍ଶନ କରିଛନ୍ତି । ଅଭିଯୋଗ ହେଲା ଦୀର୍ଘ ଦିନ ଧରି ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟ ରେ ପିଅନ, ଝାଡୁଦାର ଓ ରାତ୍ର ଜଗୁଆଳି ଭାବେ ବହୁତ ଦିନରୁ ସ୍ବଳ୍ପ ଦରମାରେ କାର୍ଯ୍ୟ କରିଆସୁଛନ୍ତି ।ଯାହା ପରିବାର ପ୍ରତି ପୋଷଣ କରିବା କଷ୍ଟକର ହେଉଅଛି, ଓଡିଶା ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟକୁ ଆମ୍ଭେମାନେ ସୁଚାରୁ ରୁପେ ତୁଲାଇ ଆସୁଅଛୁ ବୋଲି ଏମାନେ କହିଛନ୍ତି । କିନ୍ତୁ ଓଡିଶା ସରକାର ଆମ୍ଭେମାନଙ୍କୁ ବୈମାତୃକ ମନଭାବ ରଖ୍ ସରକାରୀ ଭାବେ ଗ୍ରହଣ କରୁ ନାହାନ୍ତି ବା ଦରମାକୁ ବୃଦ୍ଧି କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ନିର୍ବାଚନ ମଣ୍ଡଳୀର ହୋଇଥିଲେ ସୁଦ୍ଧା ପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀ କଥା ବୁଝୁନାହାନ୍ତି ବୋଲି କର୍ମଚାରୀ ମାନେ କହିଛନ୍ତି ଜ଼ିଲ୍ଲା ସଭାପତି ଅରୂପା ନନ୍ଦ ଡାକୁଆ ଙ୍କ ନେତୃତ୍ୱ ରେ ଗଞ୍ଜାମ ଜ଼ିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜ଼ିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିଲା ଜ଼ିଲ୍ଲା ସମ୍ପାଦକ ତାରିଣୀ ଚରଣ ଭୂୟାଁ, ଜ଼ିଲ୍ଲା ଉପସଭାପତି ରଘୁନାଥ ପଣ୍ଡିତ, ଜ଼ିଲ୍ଲା ସାହସମ୍ପାଦକ ସନ୍ତୋଷ ଖାଡ଼ଙ୍ଗା, ଜ଼ିଲ୍ଲା କୋଷାଧ୍ୟକ୍ଷ ସୁଦର୍ଶନ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି ପ୍ରେସକ୍ଲବର ଶାନ୍ତିପୂର୍ବ ଭାବେ କଳାବ୍ୟାଜ ପରିଧାନ

ପାରଳାଖେମୁଣ୍ଡି ପ୍ରେସକ୍ଲବର ଶାନ୍ତିପୂର୍ବ ଭାବେ କଳାବ୍ୟାଜ ପରିଧାନ

Read More...

ଲକ୍ଷ୍ମୀପୁର-ଜଳଖିଆ ଦୋକାନରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଅଗ୍ନିକାଣ୍ଡ

ଲକ୍ଷ୍ମୀପୁର-ଜଳଖିଆ ଦୋକାନରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଅଗ୍ନିକାଣ୍ଡ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: