ପାରଳାଖେମୁଣ୍ଡି ପ୍ରେସକ୍ଲବର ଶାନ୍ତିପୂର୍ବ ଭାବେ କଳାବ୍ୟାଜ ପରିଧାନ

March 16, 2024, ଓଡ଼ିଶା, ଗଞ୍ଜାମ, Rasmi Ranjan Sahu
ପାରଳାଖେମୁଣ୍ଡି ପ୍ରେସକ୍ଲବର ଶାନ୍ତିପୂର୍ବ ଭାବେ କଳାବ୍ୟାଜ ପରିଧାନ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
March 16, 2024

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ,ରାଜ୍ୟ ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ବିଭୁତି ଭୂଷଣ କରଙ୍କ ନିର୍ଦେଶ କ୍ରମେ ସାମ୍ବାଦିକଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ଅଣଦେଖା ନେଇ ଆଜି ଠାରୁ ସମଗ୍ର ରାଜ୍ୟ ସମେତ ପାରଳାଖେୁଣ୍ଡିରେ ପ୍ରେସ କ୍ଲବ କଳାବ୍ୟାଚ ପରିଧାନ କରି ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି ପ୍ରେସ କ୍ଲବର ସଭାପତି ବସନ୍ତ କୁମାର ପଣ୍ଡା ଓ ସମ୍ପାଦକ ଆଦର୍ଶ କୁମାର ଦାସ ମିଳିତ ସଂଯୋଜନାରେ ବରିଷ୍ଠ ସାମ୍ବାଦିକ ରୂପେଶ କୁମାର ସାହୁ,ବାସୁଦେବ ଦାଶ, ରମାଗୋବିନ୍ଦ ଆଚାର୍ଯ୍ୟ, ରଶ୍ମି ରଂଜନ ସାହୁ, ଗିରିଧାରୀ ପରିଛା,କେ ରାମସ୍ବାମୀ, ସନ୍ତୋଷ କୁମାର ପାଟଯୋଷି ପ୍ରମୁଖ ସମସ୍ତ ସଭ୍ୟ କଳାବ୍ୟାଜ ପରିଧାନ କରି ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେବା ସହ ପ୍ରଚାର ପ୍ରସାର କରିବା ପାଇଁ ସ୍ଥିର କରାଯାଇଛି । ରାଜ୍ୟ ସରକାରଙ୍କୁ ସଙ୍ଘ ତରଫରୁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ବୟସ୍କ ସାମ୍ବାଦିକଙ୍କୁ ପେନସନ ପ୍ରଦାନ, ଅଧୂସ୍ଵୀକୃତି କମିଟି ପୁନଃଗଠନ ଓ ବ୍ଲକ୍ ଠାରୁ ରାଜ୍ୟ ପର୍ଯ୍ୟନ୍ତ ବ୍ୟାପକ ଅଧୂସ୍ଵୀକୃତି ପ୍ରଦାନ ସ୍ଵାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ୫ ବର୍ଷରୁ ଉର୍ଷ ବୟସ୍କ ନିର୍ଭରଶୀଳ ସନ୍ତାନ ମାନଙ୍କୁ ସାମିଲ, ମିଡ଼ିଆ ଏକାଡେମୀ ଗଠନ ସହ ଭୁବନେଶ୍ୱରରେ ଏକାଡେମୀ କାର୍ଯ୍ୟାଳୟ ସ୍ଥାପନ ଓ ଲୋକସେବା ଭବନ ସମେତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ପଦ୍ମଶୋଧକାର ଆଦି ଦାବିକୁ ନେଇ ବିଭିନ୍ନ ସମୟରେ ସରକାରଙ୍କ ସହ ଆଲୋଚନା, ଧାରଣା ସହ ଗତ ଫେବୃଆରୀ ୭ ତାରିଖରେ ଭୁବନେଶ୍ୱରସ୍ଥିତ ଲୋୟେର ପିଏମଜି ଠାରେ ବିଭିନ୍ନ ସାମ୍ବାଦିକ ସଂଘଠନର କର୍ମକତା ମାନଙ୍କ ଆଲୋଚନା କରିବା ପରେ ବିଧାନସଭା ଘେରାଉ ମଧ୍ୟ କରାଯାଇଥିଲା । ସରକାର ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏପିରିକି ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ପଦ ପଦବୀ ଦବୀଙ୍କ ଦାବି ପୂରଣ କରିଥିଲେ ମଧ୍ୟ ସାମ୍ବାଦିକଙ୍କୁ ଆଣଦେଖା କରି ସଙ୍ଘ ଏପରି ନିଷ୍ପତି ଗ୍ରହଣ କରିଛି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଦେବାଶିଷ ପାଢ଼ୀ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର- ଭାବିନିପୁରୁ ଠାରୁ ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ହେଲା ଶୁଭ ଉଦଘାଟନ..

ବ୍ରହ୍ମପୁର- ଭାବିନିପୁରୁ ଠାରୁ ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ହେଲା ଶୁଭ ଉଦଘାଟନ..

Read More...

ଓଡିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବହେଳା ନେଇ ବିକ୍ଷୋଭ

ଓଡିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବହେଳା ନେଇ ବିକ୍ଷୋଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: