ଗଜପତି ଜିଲ୍ଲାରେ ସ୍ବଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିଚାଳନା ପାଇଁ ପ୍ରଶାସନର ପ୍ରସ୍ତୁତି

March 18, 2024, ଓଡ଼ିଶା, ଗଜପତି, Rasmi Ranjan Sahu
 ଗଜପତି ଜିଲ୍ଲାରେ ସ୍ବଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିଚାଳନା ପାଇଁ ପ୍ରଶାସନର ପ୍ରସ୍ତୁତି
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
March 18, 2024

ପାରଳାଖେମୁଣ୍ଡି-ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଗଜପତି ଜିଲ୍ଲାରେ ୪ ଲକ୍ଷ ୫୯ ହଜାର ୨୨୮ ଭୋଟର ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୨୪ ହଜାର ୪୦୫ ପୁରୁଷ ଓ ୨ ଲକ୍ଷ ୩୪ ହଜାର ୭୯୯ ଜଣ ମହିଳା ଭୋଟର ରହିଛନ୍ତି ଓ ତୃତୀୟ ଲିଙ୍ଗ-୨୪ ଜଣ ରହିଛନ୍ତି। ଏହାସହିତ ୨୫୪୦ ଜଣ ବରିଷ୍ଠ ନାଗରିକ,୧୦୩୭୬ ଭିନ୍ନକ୍ଷମ ଭୋଟର ରହିଛନ୍ତି । ଜିଲ୍ଲାରେ ନିର୍ବାଚନ ଆଚରଣବିଧି ଲାଗୁ ହେବା ସହିତ ଏହାକୁ ତଦାରଖ କରିବା ପାଇଁ ବିଭିନ୍ନ ଟିମ୍ ଗଠନ କରାଯାଇଛି। ନିର୍ବାଚନକୁ ସଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ନିର୍ବାଚନ ନିମନ୍ତେ ଜିଲ୍ଲାରେ ୫୭୩ ଟି ମତଦାନ କେନ୍ଦ୍ର କରାଯାଇଛି ବିଶେଷ କରି ମୋହନା ନିର୍ବାଚନ ମଣ୍ଡଳୀରେ ୨୯୭ ବୁଥ ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୨୭୬ ବୁଥ ରହିଛି , ଏହା ସହିତ ବୟସ୍କ ଭୋଟର ଓ ଭିନ୍ନକ୍ଷମ ଭୋଟରମାନେ କିପରି ସୁବିଧାରେ ନିଜର ମତଦାନ କରିବେ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ ଓ ଶ୍ରୀ ରାଜେନ୍ଦ୍ର ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଳାପରିଷଦ ଗଜପତି ଡ଼.ଗୁଣାନିଧି ନାୟକ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ଡେପୁଟୀ କଲେକ୍ଟର ଶ୍ରୀ କମଳକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆଦର୍ଶ ଆଚରଣ ବିଧି ନେଇ ଗଜପତିରେ ସର୍ବଦଳୀୟ ବୈଠକ

ଆଦର୍ଶ ଆଚରଣ ବିଧି ନେଇ ଗଜପତିରେ ସର୍ବଦଳୀୟ ବୈଠକ

Read More...

ଲକ୍ଷ୍ମୀପୁର ଠାରେ ପ୍ରଥମ ପର୍ଯ୍ୟାୟରେ ୩୩୭ ଜଣଙ୍କୁ ନିର୍ବାଚନ ପ୍ରଶିକ୍ଷଣ ଦିଆଗଲା

ଲକ୍ଷ୍ମୀପୁର ଠାରେ ପ୍ରଥମ ପର୍ଯ୍ୟାୟରେ ୩୩୭ ଜଣଙ୍କୁ ନିର୍ବାଚନ ପ୍ରଶିକ୍ଷଣ ଦିଆଗଲା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: