ଆଦର୍ଶ ଆଚରଣ ବିଧି ନେଇ ଗଜପତିରେ ସର୍ବଦଳୀୟ ବୈଠକ

March 18, 2024, ଓଡ଼ିଶା, ଗଜପତି, Rasmi Ranjan Sahu
 ଆଦର୍ଶ ଆଚରଣ ବିଧି ନେଇ ଗଜପତିରେ ସର୍ବଦଳୀୟ ବୈଠକ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
March 18, 2024

ପାରଳାଖେମୁଣ୍ଡି-ଆସନ୍ତା ସାଧାରଣ ନିର୍ବାଚନରେ ଆଦର୍ଶ ଆଚରଣ ବିଧିକୁ ପାଳନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜନୈତିକ ଦଳ ବ୍ୟକ୍ତି ବିଶେଷଙ୍କୁ ନେଇ ଗଜପତି ଜିଲ୍ଳାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର, ଆରିତିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ଓ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ଓ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଅନୁପ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ରାଜନୈତିକ ଦଳ ମଧ୍ୟରୁ କଂଗ୍ରେସ ତରଫରୁ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ମାଝୀ, ବିଜେଡି ପକ୍ଷରୁ ଜମିଧାର ପଟ୍ଟନାୟକ, ଭାରତୀୟ ଜନତା ପାର୍ଟି ତରଫରୁ ଇ.ପ୍ରଶାନ୍ତ ଓ ଆମ ଆଦମୀ ପାର୍ଟି ପକ୍ଷରୁ ଶ୍ରୀ ଲୋଗେଶ ଦାସ ବରଧାନ ପ୍ରମୁଖ ଯୋଗଦେଇ ଆଦର୍ଶ ଆଚରଣ ବିଧି , ଯାନବାହନ, ମାଇକ ଓ ଜନ ସମାବେଶ କିପରି ପାଳନ କରିବେ ସେ ସଂପର୍କରେ ଆଲୋଚନା କରାଯାଇଥିଲା I ଉପସ୍ଥିତ ରାଜନୈତିକ ଦଳ ବ୍ୟକ୍ତିମାନେ ଆସନ୍ତା ସାଧାରଣ ନିର୍ବାଚନରେ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସନ୍ତୁନୁ କୁମାର ପରିଡ଼ା, ଡେପୁଟି କଲେକ୍ଟର ନିର୍ବାଚନ ଶ୍ରୀ କମଳକାନ୍ତ ପଣ୍ଡା ଓ ସୁଶ୍ରୀ ତୃପ୍ତିମୟୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗ୍ରୀଷ୍ମ ଆରମ୍ଭରୁ ଗଜପତି ଜିଲ୍ଲାରେ ଦେଖାଦେଲାଣି ଜଳ ଅଭାବ

ଗ୍ରୀଷ୍ମ ଆରମ୍ଭରୁ ଗଜପତି ଜିଲ୍ଲାରେ ଦେଖାଦେଲାଣି ଜଳ ଅଭାବ

Read More...

 ଗଜପତି ଜିଲ୍ଲାରେ ସ୍ବଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିଚାଳନା ପାଇଁ ପ୍ରଶାସନର ପ୍ରସ୍ତୁତି

ଗଜପତି ଜିଲ୍ଲାରେ ସ୍ବଚ୍ଛ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିଚାଳନା ପାଇଁ ପ୍ରଶାସନର ପ୍ରସ୍ତୁତି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: