ଗ୍ରୀଷ୍ମ ଆରମ୍ଭରୁ ଗଜପତି ଜିଲ୍ଲାରେ ଦେଖାଦେଲାଣି ଜଳ ଅଭାବ

March 18, 2024, ଓଡ଼ିଶା, ଗଜପତି, Rasmi Ranjan Sahu
ଗ୍ରୀଷ୍ମ ଆରମ୍ଭରୁ ଗଜପତି ଜିଲ୍ଲାରେ ଦେଖାଦେଲାଣି ଜଳ ଅଭାବ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
March 18, 2024

ପାରଳାଖେମୁଣ୍ଡି - ଗ୍ରୀଷ୍ମ ଆରମ୍ଭରୁ ଦେଖା ଦେଲାଣି ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ରେ ପାନୀୟ ଜଳ ର ଅଭାବ । ସହରର ପାନୀୟ ଜଳ ର ମୁଖ୍ୟ ଉତ୍ସ କୁହାଯାଇଥିବା ମହେନ୍ଦ୍ରତନୟା ନଦୀ ବର୍ତ୍ତମାନ ଠାରୁ ଶୁଖି ବାଲି ପଟା ପାଲଟିଲାଣି । ଏହି ଜଳ ଉତ୍ସର ଉପର ମୁଣ୍ଡରେ ଆନ୍ଧ୍ରପ୍ରଦେଶର କିଛି ଅଂଶ ରହିଥିବା ବେଳେ ନଦୀର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ବନ୍ଧ ବାନ୍ଧି ରଖିଥିବା ଅଭିଯୋଗ ହେଉଛି । ଯାହା ଫଳରେ ନଦୀର ତଳ ମୁଣ୍ଡ ପାରଳାଖେମୁଣ୍ଡି ସହର ନିକଟରେ ବର୍ତ୍ତମାନ ଠାରୁ ନଦୀ ଶୁଖି ଶୁଷ୍କ ପଡ଼ିଲାଣି । ଯାହା ଫଳରେ ଗ୍ରୀଷ୍ମ ଆରମ୍ଭରୁ ସହର ମଧ୍ୟରେ ଲୋକଙ୍କ ପାଇଁ ପାନୀୟ ଜଳ ସଙ୍କଟ ଦେଖାଦେଲାଣି । ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ଖରାଦିନ ଆରମ୍ଭ ନ ହେବା ପୂର୍ବରୁ ବିଭିନ୍ନ ଜଳ ଉତ୍ସ ଶୁଖିଲା ପଡ଼ିବା ଯୋଗୁଁ ଲୋକଙ୍କୁ ପାନୀୟ ଜଳ ସମସ୍ୟା ସୃଷ୍ଟି ହେଲାଣି । ଯଦି ବର୍ତ୍ତମାନ ଠାରୁ ଉଚିତ୍ ପଦକ୍ଷେପ ନିଆ ନଯାଏ ତେବେ ଆଗାମୀ ଦିନରେ ସହରରେ ଜଳ ସଙ୍କଟ ଦେଖାଯିବ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାୟଗଡାରେ ମିଲଟରେ ଭଳିକି ଭଳି ସ୍ୱାଦିଷ୍ଟ ଖାଦ୍ୟର ପ୍ରସ୍ତୁତି କରି  ବିକ୍ରି କଲେ ମହିଳା

ରାୟଗଡାରେ ମିଲଟରେ ଭଳିକି ଭଳି ସ୍ୱାଦିଷ୍ଟ ଖାଦ୍ୟର ପ୍ରସ୍ତୁତି କରି ବିକ୍ରି କଲେ ମହିଳା

Read More...

 ଆଦର୍ଶ ଆଚରଣ ବିଧି ନେଇ ଗଜପତିରେ ସର୍ବଦଳୀୟ ବୈଠକ

ଆଦର୍ଶ ଆଚରଣ ବିଧି ନେଇ ଗଜପତିରେ ସର୍ବଦଳୀୟ ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: