ଗଞ୍ଜାମ ପରେ ଗଜପତିରେ ପରିବର୍ତ୍ତନ ଆହ୍ୱାନ ଦେଲେ ପ୍ରଦୀପ

March 29, 2024, ସାଧାରଣ ନିର୍ବାଚନ-୨୦୨୪, ଗଜପତି, Rasmi Ranjan Sahu
ଗଞ୍ଜାମ ପରେ ଗଜପତିରେ ପରିବର୍ତ୍ତନ ଆହ୍ୱାନ ଦେଲେ ପ୍ରଦୀପ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
March 29, 2024

ପାରଳାଖେମୁଣ୍ଡି-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଜେପି ବ୍ରହ୍ମପୁର ସାଂସଦ ପାର୍ଥି ପ୍ରଦୀପ କୁମାର ପାଣିଗ୍ରାହୀ ଜିଲ୍ଲାର କର୍ମକର୍ତ୍ତା ଙ୍କୁ ନେଇ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ନିର୍ବାଚନୀ ପ୍ରଚାର ପାଇଁ ଦଳୀୟ କାର୍ଯ୍ୟାଳୟ ଠାରେ ଯୋଗଦେଇ ଏହି ପରିପ୍ରେକ୍ଷୀରେ ଜିଲ୍ଲା ବିଜେପି ପକ୍ଷରୁ ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି କେ ନାରାୟଣ ରାଓ,ସିଧେଶ୍ୱର ମିଶ୍ର,ଜିଲ୍ଲା ବିଜେପି ପ୍ରଭାରୀ ସରୋଜ ମିଶ୍ର, ଅରୁଣୀମା ସାହୁ, ପ୍ରମୁଖ ଉପସ୍ଥିତ ରହି ଶ୍ରୀ ପ୍ରଦୀପ ଙ୍କୁସମ୍ବର୍ଦ୍ଧନା କରିଥିଲେ।ନିଜ ଅଭିଭାଷଣରେ ପ୍ରଦୀପ କହିଥିଲେ ଯେ ଆଗକୁ ଆଉ ୪୨ଦିନ ନିର୍ବାଚନ ଅଛି ତେଣୁ ସମସ୍ତେ ଏକ ହୋଇ ଏହି ୪୨ଦିନ ଏକ ମନ ଏକ ଧ୍ୟାନରେ କାମ କରିବା ସହ ବର୍ତ୍ତମାନ ରାଜ୍ୟରେ ପରିବର୍ତ୍ତନ ର ହାୱ ସୃଷ୍ଟି ହୋଇଛି,ତେଣୁ କାର୍ଯ୍ୟକର୍ତା ଓ କର୍ମୀମାନେ ବ୍ଳକ ସ୍ତରରେ ଭୋଟରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ବିଷୟରେ ସଚେତନତା କରାଇବାକୁ ଆହ୍ୱାନ ଦେଇଥିଲେ।କେନ୍ଦ୍ରୀୟ ଅନୁଦାନ ର ବିଭିନ୍ନ ଯୋଜନା ବାଟବରଣ ହେଉଥିବା ସେ ଅଭିଯୋଗ କରିଛନ୍ତି।ଭୋଟ୍ ପ୍ରଚାର ସମୟରେ ଭୋଟର ଙ୍କୁ ଏହି ବିଷୟରେ ଅବଗତ କରାଇବା ପାଇଁ କର୍ମୀଙ୍କୁ ପରାମର୍ଶ ଦେଇଥିଲେ।ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଭାଜପା ରାଜ୍ୟ ନେତା ସାରଦା ଶତପଥୀ,ଉପସ୍ଥିତ ଥିଲେ।ଏହି ଅବସରରେ ଜିଲ୍ଲାର ବହୁ ବୁଦ୍ଧିଜୀବୀ, ବିଜେଡି ରାଜ୍ୟ ସମ୍ପାଦକ ଦେବୀ ପ୍ରସାଦ ଦାସ,ନେତା ଓ ସହ ସହ କର୍ମୀ ଅନ୍ୟ ଦଳ ଛାଡି ଭାଜପା ରେ ଯୋଗ ଦେଇଛନ୍ତି। ସାଧାରଣ ସଭା ପରେ ଶ୍ରୀ ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ବିଜେଡି ସରକାରରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଓଡିଶାରେ ଗଣତନ୍ତ୍ରକୁ ହତ୍ୟାକରୀ ଏକ ଛତ୍ରାବାଦ ଚାଲିଥିବା କହି ରାଜ୍ୟ ସରକାରଙ୍କ ଶାସନ ପଦ୍ଦତିକୁ ସିଧାସଳଖ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।ବିଜେଡି ଶାସନ କାଳରେ ୨୦୧୪ମସିହା ପରଠାରୁ ଲୋକତନ୍ତ୍ରର ଲୋପ ପାଇ ଏକ ଛତ୍ରାବାଦ ଓ ଅଫିସର ରାଜ ଚାଲିଛି, ଏହି ସରକାରରେ କୌଣସି ଜନ ପ୍ରତିନିଧି କିମ୍ବା ସାଧାରଣ ଲୋକଙ୍କ କୌଣସି ଗୁରୁତ୍ୱ ନାହିଁ।ଜନ ପ୍ରତିନିଧି ଅଫିସରଙ୍କ ଚାଟୁକାର ହେବାକୁ ବାଧ୍ୟ ହେଉଛନ୍ତି।ସ୍ୱାଧୀନ ଭାବେ ନିଜସ୍ଵ ମତ ପ୍ରକାଶ କରିବା ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବିଜେଡି ସରକାର।ତେଣୁ ଆଗାମୀ ନିର୍ବାଚନରେ ବିଜେପି ଲୋକଙ୍କ ସହ ରହି ସମସ୍ତ ନିର୍ବାଚନ ମଣ୍ଡଳୀରେ ଜିତିବା ସହ ସରକାର ଗଠନ କରିବ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି। ପ୍ରଦୀପ ପାଣିଗ୍ରାହୀ ଙ୍କ ଦିନିକିଆ ଗସ୍ତଠାରୁ ସୁପ୍ତ ରହିଥିବା ବିଜେପି ଶିବିରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି।ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ବିଜେପି କର୍ମକର୍ତ୍ତା ମାନେ ଘରେ ଘରେ ପହଞ୍ଚିବେ ବୋଲି ସଂକଳ୍ପ କରିଛନ୍ତି।ଯଦିଓ ବିଜେପି ପକ୍ଷରୁ କୌଣସି ବିଧାନସଭା ପାର୍ଥିର ନାମ ଘୋଷଣା କରାଯାଇନାହିଁ ତେବେ ରାଜନୀତିର ପ୍ରକୃତ ମାହୋଲ ନାମାଙ୍କନ ପତ୍ର ଦାଖଲ ପରେ ଭୋଟର ଙ୍କ ମୁଡକୁ କେତେଦୂର ବିଜେପି ହାତକୁ ନେଇ ପାରୁଛି ତାହା ଦେଖିବାର କଥା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେଡିରେ ଯୋଗ ଦେଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ସୁରୀୟ ରାଓ

ବିଜେଡିରେ ଯୋଗ ଦେଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ସୁରୀୟ ରାଓ

Read More...

କୃପାସିନ୍ଧୁପୁର ସତ୍ୟବାଦୀ ନୋଡାଲ ଉଚ୍ଚବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା

କୃପାସିନ୍ଧୁପୁର ସତ୍ୟବାଦୀ ନୋଡାଲ ଉଚ୍ଚବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: