ବିଜେଡିରେ ଯୋଗ ଦେଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ସୁରୀୟ ରାଓ

March 30, 2024, ସାଧାରଣ ନିର୍ବାଚନ-୨୦୨୪, ଗଜପତି, Rasmi Ranjan Sahu
ବିଜେଡିରେ ଯୋଗ ଦେଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ସୁରୀୟ ରାଓ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
March 30, 2024

ପାରଳାଖେମୁଣ୍ଡି -ଚାଲିଛି ନିର୍ବାଚନୀ ଋତୁ । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନୀ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ କେ. ସୁରିଆ ରାଓ ଓ ତାଙ୍କ ବହୁ ସଂଖ୍ୟକ କଂଗ୍ରେସର ଲୋକ ପ୍ରତିନିଧି ଭୁବନେଶ୍ୱର ଠାରେ ବିଜେଡିରେ ଯୋଗଦାନ କରିଛନ୍ତି । କେ.ସୁରିଆ ରାଓ ପାରଳାଖେମୁଣ୍ଡି ବିଧାନସଭା ମଣ୍ଡଳୀରୁ ୨୦୧୪ ମସିହାରେ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ତରଫରୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ବିଜୟ ଲାଭ କରିଥିଲେ । ପରବର୍ତ୍ତୀ ନିର୍ବାଚନ ୨୦୧୯ ରେ ସେ କଂଗ୍ରେସ ଦଳ ତରଫରୁ ଟିକେଟ ପାଇଥିଲେ ମଧ୍ୟ ପରାଜୟ ହୋଇଥିଲେ । ଆଜି ସେ ବିଜେଡିରେ ଯୋଗଦାନ ଦେବା ପରେ ଗଜପତି ଜିଲ୍ଲାରେ ରେ ଏକ ରାଜନୀତିକ ଚର୍ଚ୍ଚା ଦେଖାଦେଇଛି । ବିଜେଡି ଦଳରେ ଆଶାୟୀଙ୍କ ସଂଖ୍ୟା ଅନେକ ଥିବା ବେଳେ ବର୍ତ୍ତମାନ ପୂର୍ବତନ ବିଧାୟକଙ୍କ ବିଜେଡିରେ ଯୋଗଦାନ ଗଜପତି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଶାୟୀଙ୍କ ସଂଖ୍ୟା ଅନେକ ଥିବା ବର୍ତ୍ତମାନ ଆଉ ଏକ ନୂଆ ଆଶାୟୀ ଭାବେ ଉଭା ହେଲେ କେ.ସୁରିଆ ରାଓ । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାହା ଉପରେ ନିଜର ଆସ୍ଥା ପ୍ରକୋଟ କରିଚନ୍ତି ଓ ବିଜେଡି ର ପ୍ରତିନିଧି ଭାବେ କାହାକୁ ବାଛିବେ ତାହା ଟିକେଟ ଘୋଷଣା ପରେ ଜଣାପଡ଼ିବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତି ଜିଲ୍ଲା ଓକିଲ ସଂଘ ସଭାପତି ଭାବେ ସରୁପ କୁମାର ଓ ସମ୍ପାଦକ ଭାବେ ରାମ କୃଷ୍ଣ ବିଜୟୀ

ଗଜପତି ଜିଲ୍ଲା ଓକିଲ ସଂଘ ସଭାପତି ଭାବେ ସରୁପ କୁମାର ଓ ସମ୍ପାଦକ ଭାବେ ରାମ କୃଷ୍ଣ ବିଜୟୀ

Read More...

ଗଞ୍ଜାମ ପରେ ଗଜପତିରେ ପରିବର୍ତ୍ତନ ଆହ୍ୱାନ ଦେଲେ ପ୍ରଦୀପ

ଗଞ୍ଜାମ ପରେ ଗଜପତିରେ ପରିବର୍ତ୍ତନ ଆହ୍ୱାନ ଦେଲେ ପ୍ରଦୀପ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: