ଗଜପତି ଜିଲ୍ଲା ଓକିଲ ସଂଘ ସଭାପତି ଭାବେ ସରୁପ କୁମାର ଓ ସମ୍ପାଦକ ଭାବେ ରାମ କୃଷ୍ଣ ବିଜୟୀ

March 30, 2024, ରାଜନୀତି, ଗଜପତି, Rasmi Ranjan Sahu
ଗଜପତି ଜିଲ୍ଲା ଓକିଲ ସଂଘ ସଭାପତି ଭାବେ ସରୁପ କୁମାର ଓ ସମ୍ପାଦକ ଭାବେ ରାମ କୃଷ୍ଣ ବିଜୟୀ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
March 30, 2024

ଗଜପତି ଜିଲ୍ଲା ଓକିଲ ସଂଘର ନିର୍ବାଚନ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନର ୯୯ ଜଣ ଓକିଲ ଅଂଶ ଗ୍ରହଣ କରିଥିବା ବେଳେ ସଭାପତି ଭାବେ ସରୂପ କୁମାର ପାଳ ୫୦ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିନିଧି ସିଦ୍ଧେଶ୍ୱର ମିଶ୍ର ୪୯ ଖଣ୍ଡ ଭୋଟ ପାଇଥିଲେ । ଉପସଭାପତି ଭାବେ ୬୩ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବା ବେଳେ ତାଙ୍କ ନିକଟ ତମ ପ୍ରତିନିଧି ଆର ବାବୁ ରାଓ ୩୬ ଖଣ୍ଡ ଭୋଟ ପାଇଥିଲେ । ସମ୍ପାଦକ ଭାବେ ରାମ କୃଷ୍ଣ ନାୟକ ୫୯ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିନିଧି କାଶୀନାଥ ଦାଶ ୪୦ ଖଣ୍ଡ ଭୋଟ ପାଇଥିଲେ । ସେହି ଭଳି ଯୁଗ୍ମ ସମ୍ପାଦକ ଭାବେ ନୀଳମାଧବ ଅଧିକାରି ଓ କୋଷାଧ୍ୟକ୍ଷ ଭାବେ ସନ୍ଦୀପ କୁମାର ପଟ୍ଟନାୟକ ବିଜୟ ହୋଇଥିଲେ । ଜିଲ୍ଲାର ନୂତନ ସଂଘ କର୍ମକର୍ତ୍ତା ନିର୍ବାଚିତ ହେବା ପରେ ଏହା ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ରହିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୋପାଳପୁରରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଗୋପାଳପୁରରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Read More...

ବିଜେଡିରେ ଯୋଗ ଦେଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ସୁରୀୟ ରାଓ

ବିଜେଡିରେ ଯୋଗ ଦେଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ସୁରୀୟ ରାଓ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: