ଗୋପାଳପୁରରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

March 31, 2024, ସାଧାରଣ ନିର୍ବାଚନ-୨୦୨୪, ଗଞ୍ଜାମ, Gouri Shankar Mishra
ଗୋପାଳପୁରରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
Gouri Shankar Mishra
[ Video Journalist ]
Bhagyaprabha News Bureau
March 31, 2024

ବ୍ରହ୍ମପୁର- ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା । ସ୍ଥାନୀୟ ଆମ୍ବପୁଆ ସ୍ଥିତ ଏସ୍- ଥ୍ରି ଲେନ୍ ଠାରେ ଆୟୋଜିତ ସ୍ଵାଗତ ସମ୍ବର୍ଦ୍ଧନା ତଥା ନିର୍ବାଚନ ପ୍ରସ୍ତୁତି ସଭାରେ କର୍ମୀଙ୍କୁ ନେଇ ପ୍ରକମ୍ପିତ ହୋଇଥିବା ବେଳେ ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ଶାସକ ବିଜେଡି ଦଳର ନିର୍ବାଚନ ପ୍ରସ୍ତୁତି ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, ସଦସ୍ୟ , ସଦସ୍ୟା, ଏନ୍ ଏ ସି ଅଧ୍ୟକ୍ଷ, କାଉନସିଲର ବୃନ୍ଦ, ବହୁ ମହାନଗର ନିଗମ କର୍ପୋରେଟର, ବ୍ଲକ୍ ଅଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ବିଜେଡ଼ି ସର୍ବଦଳୀୟ ନେତୃବୃନ୍ଦ, ପଦାଧିକାରୀ, କର୍ମୀ ତଥା ହଜାର ହଜାର ସଂଖ୍ୟକ ଜନସାଧାରଣଙ୍କ ଉପସ୍ଥିତିରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ଆଗାମୀ ସଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ ମୂଳକ କାର୍ଯ୍ୟକୁ ଦୃଷ୍ଟିରେ ରଖି ସମସ୍ତେ ଉଭୟ ଲୋକସଭା ତଥା ବିଧାନସଭା ପ୍ରାର୍ଥୀଙ୍କୁ ଏକ ଦୃଷ୍ଟାନ୍ତକାରୀ ଭୋଟରେ ବିଜୟୀ କରାଇବା ସହିତ ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରି ଇତିହାସ ସୃଷ୍ଟି କରିବା ପାଇଁ ସଂକଳ୍ପବଦ୍ଧ ନେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚୈତ୍ର ମାସରେ ପାରଳାଖେମୁଣ୍ଡିର ବିଭିନ୍ନ ସାହିରେ ଗଜମୁହା ପୂଜା

ଚୈତ୍ର ମାସରେ ପାରଳାଖେମୁଣ୍ଡିର ବିଭିନ୍ନ ସାହିରେ ଗଜମୁହା ପୂଜା

Read More...

ଗଜପତି ଜିଲ୍ଲା ଓକିଲ ସଂଘ ସଭାପତି ଭାବେ ସରୁପ କୁମାର ଓ ସମ୍ପାଦକ ଭାବେ ରାମ କୃଷ୍ଣ ବିଜୟୀ

ଗଜପତି ଜିଲ୍ଲା ଓକିଲ ସଂଘ ସଭାପତି ଭାବେ ସରୁପ କୁମାର ଓ ସମ୍ପାଦକ ଭାବେ ରାମ କୃଷ୍ଣ ବିଜୟୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: