ଚୈତ୍ର ମାସରେ ପାରଳାଖେମୁଣ୍ଡିର ବିଭିନ୍ନ ସାହିରେ ଗଜମୁହା ପୂଜା

March 31, 2024, ଓଡ଼ିଶା, ଗଜପତି, Rasmi Ranjan Sahu
ଚୈତ୍ର ମାସରେ ପାରଳାଖେମୁଣ୍ଡିର ବିଭିନ୍ନ ସାହିରେ ଗଜମୁହା ପୂଜା
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
March 31, 2024

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବିଭିନ୍ନ ସାହିରେ ଚୈତ୍ର ମାସରେ ପାଳନ କରାଯାଏ ଗଜମୂହା ପର୍ବ । ପ୍ରଥମ ଗୁଡ଼ କୁ ତରଳାଇ ସେଥିରେ ଲିଆ ମିଶାଯାଇ ଏକ ନିର୍ଦ୍ଧିଷ୍ଟ ଓଜନର ମୁହା ତିଆରି କରାଯାଏ । ସେହି ମୁହାକୁ ବିଭିନ୍ନ ପ୍ରକାରର ସଜସଜ୍ଜା କରାଯାଇ ସେଥିରେ ଶକ୍ତି ସରୁପିଣି ମା ଦୂର୍ଗାଙ୍କ ପ୍ରତିମୂର୍ତ୍ତି ଲଗାଯାଇଥାଏ । ପରେ ଏହାକୁ ପୂଜାର୍ଚ୍ଚନା କରାଯାଇ ରାତି ତମାମ ବିଭିନ୍ନ ସାହି ପରିଭ୍ରମଣ କରିଥାନ୍ତି ସାହି ବାସିନ୍ଦା । କିମ୍ବଦନ୍ତୀ ଅନୁସାରେ ଏହି ଗଜମୂହା ପୂଜା କରିବା ସାହି ଲୋକଙ୍କ ମଙ୍ଗଳ ହେବା ସହ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା ପାଇଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଆଜି ସହରର ବଡବ୍ରାହ୍ମଣ ସାହିରେ ଏହି ଗଜମୁହା ପର୍ବ ପାଳନ କରାଯାଏ ମା ଙ୍କୁ ଶୀତଳ ହେବା ସହ ସାହି ଲୋକଙ୍କ ମଙ୍ଗଳ ପାଇଁ ଏହି ପୂଜା ଅର୍ଚ୍ଚନା କରାଯାଇଛି ଏବଂ ଦିନ ସାରା ଏହି ଗଜମୁହା କୁ ବିଭିନ୍ନ ସାହି ପରିଭ୍ରମଣ କରାଯାଇ ସନ୍ଧ୍ୟା ସମୟରେ ସହରର ଗ୍ରାମଦେବୀ ନିଲାମା ମନ୍ଦିରରେ ଶୀତଳ ଦିଆଯିବ ବୋଲି କହିଛନ୍ତି କୁନା ସାହୁ, ରଶ୍ମି ରଂଜନ ସାହୁ, ରାଧାକାନ୍ତ ସାହୁ, ପ୍ରକାଶ, ପ୍ରାଣ ପଣ୍ଡା, ମିଟୁ ପାତ୍ର ପ୍ରମୁଖ । ସେହିଭଳି ସହରର ନୂଆ କମ୍ପା ସାହିରେ ଏହି ପର୍ବକୁ ପ୍ରତି ୦୫ ବର୍ଷ ରେ ଥରେ ଧୁମଧାମ ସହ ଦୀର୍ଘ ୩ ଦିନ ଧରି ପାଳନ କରାଯାଏ । ପ୍ରଥମେ ଆଜି ଅର୍ଥାତ୍ ରବିବାର ଦିନ ଗ୍ରାମଦେବୀ ନିଲମା ଠାକୁରାଣୀ ମନ୍ଦିରରେ ସ୍ବତନ୍ତ୍ର ପୂଜା ଅର୍ଚ୍ଚନା କରାଯାଇ ଆଜ୍ଞା ମାଳ ନିଆଯାଇ ଏକ ଅସ୍ଥାୟୀ ମନ୍ଦିରରେ ରଖାଯାଇ ପୂଜା ଅର୍ଚ୍ଚନା କରାଯାଏ । ସନ୍ଧ୍ୟା ସମୟରେ ମା ଙ୍କୁ ଆଶାୟୀ ମନ୍ଦିରରୁ ବାହାର କରାଯାଇ ସହରର ବିଭିନ୍ନ ସାହିର ଭ୍ରମଣ କରାଯାଇ ପୁଣି ଥରେ ଅସ୍ଥାୟୀ ମନ୍ଦିରରେ ରଖାଯାଇ ପୂଜା ଅର୍ଚ୍ଚନା କରାଯାଏ । ପୂଜାର ଅନ୍ତିମ ଦିନ ମଙ୍ଗଳବାର ରେ ସାହିରେ ନିଜ ବନ୍ଧୁବାନ୍ଧବ ଙ୍କ ମିଶି ଆନନ୍ଦ ସହ ଏହି ପର୍ବ ପାଳନ କରାଯାଇ ରାତ୍ରି ସମୟରେ ସ୍ବତନ୍ତ୍ର ପୂଜା କରାଯାଇ ବିସର୍ଜନ କରାଯାଇଥାଏ । ଲୋକଙ୍କ ବିଶ୍ୱାସ ରହିଛି ଏହି ଭଳି ପୂଜା ପାଳନ କରାଯିବା ଫଳରେ ସାହି ଓ ସହରର ମଙ୍ଗଳ ହେବା ସହ ଲୋକଙ୍କୁ ମା ଶୁଭ ଦୃଷ୍ଟି ପଡ଼ିଥାଏ ବୋଲି କହିଛନ୍ତି ଏସ. ଭେଙ୍କଟ ରାମଣା, ଲକ୍ଷ୍ମଣ ରାଓ, ପି.ରାମ ବାବୁ,ତ୍ରିନାଥ,ଶ୍ରିନୁ, ପାଲା ପ୍ରମୁଖ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖଲ୍ଲିକୋଟ ଓକିଲ ସଂଙ୍ଘର ନିର୍ବାଚନ ଶେଷ,  ନୂତନ ସଭାପତି ହେଲେ ନୀଳାମ୍ବର

ଖଲ୍ଲିକୋଟ ଓକିଲ ସଂଙ୍ଘର ନିର୍ବାଚନ ଶେଷ, ନୂତନ ସଭାପତି ହେଲେ ନୀଳାମ୍ବର

Read More...

ଗୋପାଳପୁରରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଗୋପାଳପୁରରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: