ଆନ୍ତଃ ରାଜ୍ୟ ବାଘ ଛାଲ ରାକେଟକୁ ଧରିବାରେ ସଫଳ ହୋଇଛି ଗଜପତି ବନ ବିଭାଗ

April 08, 2024, ସାଧାରଣ ନିର୍ବାଚନ-୨୦୨୪, ଗଜପତି, Rasmi Ranjan Sahu
ଆନ୍ତଃ ରାଜ୍ୟ ବାଘ ଛାଲ ରାକେଟକୁ ଧରିବାରେ ସଫଳ ହୋଇଛି ଗଜପତି ବନ ବିଭାଗ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
April 08, 2024

ବନ ବିଭାଗକୁ ବଡ ସଫଳତା। ଏକ ବଡ଼ ଧରଣର ଆନ୍ତଃରାଜ୍ୟ ବାଘ ଛାଲ ରାକେଟକୁ ଧରିବାରେ ବନ ବିଭାଗ ସଫଳ ହୋଇଛି। ୫ କଲରାପତରିଆ ବାଘ ଛାଲ ଜବତ ହୋଇଛି ଏଥିସହିତ ଗୋଟିଏ ଓ କଟାସ ଓ ବଣ ବିରାଡ଼ି ୨୬.୧କେ.ଜି ପରିମାଣର ବଜ୍ରକାପ୍ତା କାତି ଜବତ ହୋଇଛି। ଏଥିରେ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରବିବାର ଏନେଇ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କୁ ଗଜପତି ଜିଲା କୋର୍ଟକୁ ଫରଓ୍ବାର୍ଡ କରାଯାଇଛି। ଏଥିରେ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ଏବଂ କେଉଁଆଡ଼େ ଏହି ରାକେଟର ଚେର ଲମ୍ବିଛି ତାହା ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର କିଙ୍ଗପିନ୍ ସମତେ ଅନ୍ୟ ସମସ୍ତ ଶିକାରୀ ଗିରଫ ହେବେ ବୋଲି ପିସିସିଏଫ୍‌ କହିଛନ୍ତି।ସୂଚନାଯୋଗ୍ୟ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ୍ ଆନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ତେବେ ତଦନ୍ତରେ ବାଧା ଉପୁଜୀବର ସମ୍ଭାବନା ରହିଥିବା ହେତୁ ଅଭିଯୁକ୍ତଙ୍କ ନାମ ଗୋପନୀୟ ରଖାଯାଇଥିବା କହିଛନ୍ତି ଗଜପତି ଡିଏଫଓ ଏସ. ଆନନ୍ଦ । ,




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୨୦୨୪ ସାଧାରଣ ନିର୍ବାଚନ ରେ ହେବ ବିଗ୍ ଫାଇଟ

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୨୦୨୪ ସାଧାରଣ ନିର୍ବାଚନ ରେ ହେବ ବିଗ୍ ଫାଇଟ

Read More...

ପାରଳାଖେମୁଣ୍ଡିରେ ବିଜେଡିର ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା

ପାରଳାଖେମୁଣ୍ଡିରେ ବିଜେଡିର ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: