ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୨୦୨୪ ସାଧାରଣ ନିର୍ବାଚନ ରେ ହେବ ବିଗ୍ ଫାଇଟ

April 10, 2024, ସାଧାରଣ ନିର୍ବାଚନ-୨୦୨୪, ଗଜପତି, Rasmi Ranjan Sahu
ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୨୦୨୪ ସାଧାରଣ ନିର୍ବାଚନ ରେ ହେବ ବିଗ୍ ଫାଇଟ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
April 10, 2024

ପାରଳାଖେମୁଣ୍ଡି- ସାଧାରଣ ନିର୍ବାଚନ ସମୟରେ ଗଜପତି ଜିଲ୍ଲା ଥାଏ ସବୁ ବେଳେ ଚର୍ଚ୍ଚାରେ । ଚଳିତ ସାଧାରଣ ନିର୍ବାଚନରେ ପାରଳାଖେମୁଣ୍ଡି ବିଧାନସଭା କ୍ଷେତ୍ରରେ ହେବାକୁ ଯାଉଛି ଏକ ବିଗ୍ ଫାଇଟ । ୨୦୨୪ ସାଧାରଣ ନିର୍ବାଚନରେ ଏହି ଆସନରୁ ବିଜେଡି ଦଳ ତରଫରୁ ରୁପେଶ ପାଣିଗ୍ରାହୀ ନୂଆ ମୁଁହ ଭାବେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ହାଇଟେକ୍ ଗ୍ରୁପ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ଙ୍କ ନିର୍ବାଚନ ପରିଚାଳନା ରେ ରହିଛି ବେଶ ଅଭିଜ୍ଞତା। ୨୦୧୯ ସାଧାରଣ ନିର୍ବାଚନର ସେ ସ୍ଵାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ । ଚଳିତ ୨୦୨୪ ନିର୍ବାଚନରେ ତାଙ୍କ ପୁଅ ଦଳୀୟ ବିଜେଡି ଦଳରୁ ନିର୍ବାଚନରେ ରଣାଙ୍ଗନରେ ଓହ୍ଲାଇ ଥିବା ବେଳେ ବିଜେପି ଦଳ ପୁଣି ଥରେ ବିଧାୟକ କେ ନାରାୟଣ ରାଓଙ୍କୁ ରିପିଟ କରିଛି । କେ. ନାରାୟଣ ମଧ୍ୟ ନିର୍ବାଚନ ପରିଚାଳନାରେ ସିଧ ହସ୍ତ ଥିବା ବେଳେ ତାଙ୍କ ପାଖରେ ମଧ୍ୟ ରହିଛି ରାଜନୀତିର ବେଶ ଅଭିଜ୍ଞତା । କଂଗ୍ରେସ ଦଳ ତରଫରୁ ରାଜନୀତିରେ ନୂଆ କରି ପାଦ ରଖିଥିବା ଓଡ଼ିଶାର ପୂର୍ବତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଚଳିତ ଥର ପ୍ରଥମ କରି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ସେ ଓଡ଼ିଶା ତଥା କଂଗ୍ରେସ ଦଳର ଏକ ଚର୍ଚ୍ଚିତ ହେବି ୱେଟ୍ ନେତା । ଏହି ଆସନରୁ ଚଳିତ ଥର ୦୨ ଜଣ ନବାଗତ ହୋଇଥିବା ବେଳେ ଅନ୍ୟ ଜଣେ ପୁରୁଖା ନେତା । ଏହି ଆସନରୁ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ନେଇ କିଏ ବିଜୟ ଲାଭ କରୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡି ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଳବଙ୍କ ଜଗଦଳପୁରରେ  ଜନସଂପର୍କ ପଦଯାତ୍ରା

ଦିଗପହଣ୍ଡି ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଳବଙ୍କ ଜଗଦଳପୁରରେ ଜନସଂପର୍କ ପଦଯାତ୍ରା

Read More...

ଆନ୍ତଃ ରାଜ୍ୟ ବାଘ ଛାଲ ରାକେଟକୁ ଧରିବାରେ ସଫଳ ହୋଇଛି ଗଜପତି ବନ ବିଭାଗ

ଆନ୍ତଃ ରାଜ୍ୟ ବାଘ ଛାଲ ରାକେଟକୁ ଧରିବାରେ ସଫଳ ହୋଇଛି ଗଜପତି ବନ ବିଭାଗ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: