ଗଜପତି :ଭୋଟର ସଚେତନତା ରଥ ଶୁଭାରମ୍ଭ

April 21, 2024, ସାଧାରଣ ନିର୍ବାଚନ-୨୦୨୪, ଗଜପତି, Rasmi Ranjan Sahu
ଗଜପତି :ଭୋଟର ସଚେତନତା  ରଥ ଶୁଭାରମ୍ଭ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
April 21, 2024

ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାରେ ଭୋଟର ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରଥକୁ ଶୁଭାରମ୍ଭ କରିଥିଲେ। ଆସନ୍ତା ମେ ମାସ ୧୩ ତାରିଖ ଦିନ ନିର୍ବାଚନ ପର୍ବରେ ନିଜ ନିଜର ମତଦାନକରିବା ପାଇଁ ସଚେତନତା କରାଯିବ। ଜିଲ୍ଲାରେ ଶତପ୍ରତିଶତ ମତଦାନ ହାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭୋଟରଙ୍କୁ ସଚେତନ କରିବା ପାଇଁ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ତଥା ପାରଳା ପୌରପରିଷଦ,କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ପ୍ରସାର କରାଯିବ। "ଚାଲ ସମସ୍ତେ ଭୋଟ ଦେବା, "ଗଣତନ୍ତ୍ରର ମାନ ରଖିବା " ସ୍ଲୋଗାନ ଦେଇ ଏହି ରଥ ଭୋଟ କେନ୍ଦ୍ର ରହିଥିବା ସମସ୍ତ ଗ୍ରାମକୁ ଯାଇ ଭୋଟର ଭାଇ ଭଉଣୀ ମାନଙ୍କୁ ସଚେତନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସମସ୍ତେ ଭୋଟର ଆସି ମେ ମାସ ୧୩ ତାରିଖ ଦିନ ନିଜର ବହୁମୂଲ୍ୟ ମତଦାନକୁ ସାବ୍ୟସ୍ତ କରିବାକୁ ଭୋଟର ମାନଙ୍କୁ ବିଭିନ୍ନ ଉପାୟରେ ସଚେତନତା କରାଯାଉଛି। ଆଜିର ଏହି କାର୍ଯ୍ୟକ୍ରମରେ ନିର୍ବାଚନ ଶାଖାର ଡେପୁଟୀ କଲେକ୍ଟର କମଳକାନ୍ତ ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛତ୍ରପୁର : ସ୍ଵାଧିନପାର୍ଥି ଭାବେ ନାମାଙ୍କନ ଦାଖଲ କଲେ ଯଶିକେତନ

ଛତ୍ରପୁର : ସ୍ଵାଧିନପାର୍ଥି ଭାବେ ନାମାଙ୍କନ ଦାଖଲ କଲେ ଯଶିକେତନ

Read More...

ପାରଳାଖେମୁଣ୍ଡି : ବିଜେପି ରେ ସାମିଲ ହେଲେ ଉଭୟ କାଶୀନଗର ଓ ଗୋଷାଣୀ ବ୍ଲକର ବିଜେଡି ନେତା ଓ କର୍ମୀ ।

ପାରଳାଖେମୁଣ୍ଡି : ବିଜେପି ରେ ସାମିଲ ହେଲେ ଉଭୟ କାଶୀନଗର ଓ ଗୋଷାଣୀ ବ୍ଲକର ବିଜେଡି ନେତା ଓ କର୍ମୀ ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: